Spread the love

ନୂଆଦିଲ୍ଲୀ: ଚୀନର ଉହାନରୁ ସାରା ବିଶ୍ୱକ ବ୍ୟାପିଥିବା ମହାମାରୀ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ମଧ୍ୟାହ୍ନ ସୁଧା ଏଥିରେ ଆକ୍ରାନ୍ତ ହୋଇ ସମଗ୍ର ବିଶ୍ୱରେ ୨,୭୦,୭୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୯,୧୮୭୧୦ ଜଣ ଆକ୍ରାନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତିା ସେହିପରି ୧୩,୪୫,୦୪୪ ଜଣ ସୁସ୍ଥ ହୋଇ ଘରକୁୁ ହୋଇଥିବାବେଳେ ୨୩,୦୨,୯୦୧ଟି ମାମଲା ଏବେ ସକ୍ରିୟ ରହିଛି । ଏହା ସହିତ ୪୮,୯୮୧ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ୧୬,୧୫,୮୦୯ଟି ମାମଲା ବନ୍ଦ ହୋଇସାରିଛି । ଅପରପକ୍ଷେ ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଶୁକ୍ରାବର ମଧ୍ୟାହ୍ନ ସୁଦ୍ଧା ୫୬,୩୪୨ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୮୮୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ୩୭୯୧୬ଟି ମାମଲା ସକ୍ରିୟ ଥିବାବେଳେ ୧୬୫୩୯ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here