Mitochondrial diseases can be passed from mothers to their children in DNA.
Spread the love

କେନ୍ଦୁଝର
ଦିନକୁ ଦିନ ମାନବିକତା ହଜିବାକୁ ବସିଛି । କେତେବେଳେ ମଣିଷ ପଶୁ ଉପରେ ଅତ୍ୟାଚାର କରୁଛି ତ କେତେବେଳେ ନିଜ ସନ୍ତାନକୁ ମାରିଦଉଛି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ସିଲୁଆଁ ଛକ ନିକଟରେ । ସେଠାରେ ଏକ ବୁଦାମୂଳୁ ନବଜାତକ ଶିଶୁପୂତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏବେ ଶିଶୁଟି ସୁସ୍ଥ ଅଛି ଏବଂ ତାହାକୁ କିଏ ଫୋପାଡି ଦେଇ ଯାଇଥିବାର ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ପ୍ରାତଃ ଭ୍ରମଣରେ ଯାଇଥିବା କିଛି ଲୋକ ଶିଶୁଟିର କାନ୍ଦ ଶୁଣି ଅଟକି ଯାଇଥିଲେ । ପରେ ସେମାନେ ଶିଶୁକୁ ନିକଟସ୍ଥ ବୁଦାମୂଳୁ ଉଦ୍ଧାର କରିଥିଲେ । ଏହାର ସୂଚନା ପାଇ ସ୍ଥାନୀୟ ଆଶା କର୍ମା ଏବଂ ଚାଇଲ୍ଡ ଲାଇନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରୁଥିଲେ । ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here