Spread the love

ଲଣ୍ଡନ: କରୋନା ଭୂତାଣୁ ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିଲା ବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜ କରୋନା ସଂକ୍ରମଣ ଅନୁଭୂତି ବଖାଣିବାକୁ ଯାଇ କହିଛନ୍ତି ଯେ ଏକ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲେ ବୋଲି କହିଛନ୍ତି । ‘ଦି ସନ୍’ ଖବରକାଗଜ ସହ ସାକ୍ଷାତ୍କାରରେ ରବିବାର ଏ କଥା ନିଜେ ବୋରିସ୍ କହିଛନ୍ତି। ସେ କହିଛନ୍ତି, ବିତିଯାଇଥିବା ସେ କଠିନ ମୁହୂର୍ତ୍ତକୁ ମୁଁ ଭୁଲିବି ନାହିଁ। ସେମାନେ ‘ଷ୍ଟାଲିନ୍ଙ୍କ ମୃତ୍ୟୁ’ ସିନେମା ଭଳି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତି କରିଥିଲେ। ମୁଁ ଘଟଣା ବିଷୟରେ ସ୍ପଷ୍ଟ କିଛି ମନେରଖିବା ସ୍ଥିତିରେ ନ ଥିଲି। କିନ୍ତୁ ଡାକ୍ତରମାନେ ସେମିତି କିଛି କରିବାକୁ ଯାଉଛନ୍ତି ବୋଲି ମୁଁ ଜାଣିପାରୁଥିଲି। ୫୫ ବର୍ଷିୟ ଜନ୍ସନ୍ କୋଭିଡ୍-୧୯ ସଂକ୍ରମିତ ବୋଲି ମାର୍ଚ ୨୭ ତାରିଖରେ ଘୋଷଣା କରାଯାଇଥିଲା। ସେତେବେଳେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। କିନ୍ତୁ, ଗୋଟିଏ ସପ୍ତାହ ଏକାନ୍ତବାସ ପରେ ସଂକ୍ରମଣ ଆହୁରି ବଢ଼ିଯିବାରୁ ଏପ୍ରିଲ୍ ୫ ତାରିଖ ଦିନ ତାଙ୍କୁ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍କୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here