Spread the love

କଟକ : ବୁଧବାର ସକାଳୁ ବାତ୍ୟା ଅମ୍ପନର ପ୍ରକୋପ ବିଶେଷ କରି ଜଗତସିଂହପୁର , କେନ୍ଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଥିବା ୪/୫ଟି ପ୍ରମୁଖ ନୁ୍ୟଜ ଚ୍ୟାନେଲ ପକ୍ଷରୁ କିଏ କଣ ସମ୍ବାଦ ପରିବେଷଣ କରିବେ ସେ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି । ନିଜ ନିଜର ସାମ୍ବାଦିକମାନଙ୍କୁ ସମୁଦ୍ର କୂଳକୁ ପଠାଇବା ସହ ମନ ଇଚ୍ଛା ସମ୍ବାଦ ପରିବେଷଣ କରିବା ଦେଖା ଦେଇଛି । କେତେକ ଗଣମାଧ୍ୟମ ବାତ୍ୟା ତା’ର ଗତି ପଥ ପରିବର୍ତ୍ତନ କରି ଓଡ଼ିଶାରେ ତାଣ୍ଡବ ରଚିବ ଓ ଫନି ଭଳି ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ସିଧା ସଳଖ ସମ୍ବାଦ ପରିବେଷଣ କରିବା ଆରମ୍ଭ କରିଦେଇଥିଲେ । ଯାହାର କୌଣସି ସତ୍ୟତା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଉ କେତେକ ନିରିହ ଲୋକଙ୍କୁ ବର୍ଷାରେ ଠିଆ କରାଇ ସେମାନଙ୍କ ଠାରୁ ସାକ୍ଷାତକାର ନେବା ମଧ୍ୟ ଦେଖା ଦେଇଥିଲା । ଆଉ କେତେକ କେଉଁଠି ଗଛଟିଏ ଉପୁଡ଼ି ପଡିବାର ଦୃଶ୍ୟକୁ ଅତ୍ୟନ୍ତ ଅତି ରଂଜିତ କରି ଦେଖାଉଥିବା ଦେଖାଯାଇଛି । ବାତ୍ୟାରେ ଲାଇଭ କରିବା ନ୍ୟାୟରେ ଯାହା ପାରେ ତାହା ସମ୍ବାଦ ପରିବେଷଣ କରିବା ଓ ଲୋକଙ୍କୁ ଭୟଭୀତ କରିବା କେଉଁ ସାମ୍ବାଦିକତା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here