Spread the love

ଭୁବନେଶ୍ୱର
ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାପ୍ରଭୂଙ୍କ ରୀତିନୀତି ଏବଂ ପରମ୍ପରାକୁ ବଜାୟ ରଖିବା ଲାଗି ଗୁରୁତ୍‌ୂପୂର୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଏକ ନିଆରା ପ୍ରସ୍ତାବ ଦେଇଛି । ସେ ବିନା ଭକ୍ତରେ ଜଗତରନାଥ ଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା କରିବାକୁ କହିଛି । ଏହା ସମ୍ବନ୍ଧରେ ସୂଚନା ଦେଇ ଗଜପତି ମହାରାଜ କହିଛନ୍ତି ଯେ ଭକ୍ତଙ୍କୁ ପୁରୀକୁ ଆସିବାକୁ ଦିଆଯିବା ଅନୁଚିତ । ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରଥଯାତ୍ରା ହେବ । କିନ୍ତୁ ଏଥିରେ ଭକ୍ତ ସାମିଲ ହେବେନି । କେବଳ ସମ୍ପୃକ୍ତ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ଉପସ୍ଥିତିରେ ରଥଯାତ୍ରା ହେବ । ତେବେ ରାଜ୍ୟ ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । ସେହିପରି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ନାନଯାତ୍ରାର ସିଧାପ୍ରସାରଣ ହେବ । ଭକ୍ତଙ୍କ ଲାଗି ମହାପ୍ରଭୂଙ୍କ ସାହାଣମେଲା ଦର୍ଶନ ବନ୍ଦ ରହିବ । ଏହା ସହିତ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ଏବେ ମନ୍ଦିର ଖୋଲିଲେ ଭିଡ ନିୟନ୍ତ୍ରଣ କରିହେବ ନାହିଁ ।

LEAVE A REPLY

Please enter your comment!
Please enter your name here