Spread the love

ଭଦ୍ରକ: ଚରମ୍ପା ଓଭରବ୍ରିଜ ନିକଟରୁ ୮୧ଗ୍ରାମ ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ । ଦୁଇ ଜଣ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲେ । ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ ସୁଗାର ସହ ବାଇକକୁ ଜବତ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁଇଜଣ ଜଳେଶ୍ଵରରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବ୍ୟବସାୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here