Spread the love

ଭଦ୍ରକ: ବିନା ସୁଚନାରେ ଘରକୁ ଫେରୁଥିବା ୫ ସୁରତ ଫେରନ୍ତାଙ୍କୁ ଭଦ୍ରକ ପୋଲିସ ଅଟକ ରଖିବା ସହ ସେମାନଙ୍କ ନାମ ପଞ୍ଜôକରଣ କରିବା ପରେ ସଙ୍ଗରୋଧକୁ ପଠାଇ ଦେଇଥିବା ଜଣାପଡ଼ିଛି । ରବିବାର ସକାଳେ ଜାତୀୟ ରାଜପଥରେ ୫ ସୁରତ ଫେରନ୍ତାଙ୍କୁ ପୁଲିସ ଅଟକାଇଥିଲା। ଏଇ ଯୁବକମାନେ ଶନିବାର ରାତିରେ ଆସି ମଙ୍ଗୁଳି ଛକରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭଦ୍ରକ ଅଭିମୁଖେ ଆସିଥିଲେ। ୫ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ବୋଲି ଜଣାପଡିଛି। ଏମାନଙ୍କୁ ପୁଲିସ ଭଦ୍ରକର ବନ୍ତଛକ ନିକଟରେ ଅଟକାଇବା ପରେ ପ୍ରଶାସନିକ ସ୍ତରରେ ଏମାନଙ୍କର ନାମ ପଂଜୀକରଣ କରିବା ସହ ଏମାନଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ପଠାଇଛି। ଆହୁରି ୨୮୧ ଜଣ ସୁରତରୁ ବସ୍ ଯୋଗେ ଫେରୁଛନ୍ତି। ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିବା ଜିଲ୍ଲାପାଳ ଟୁଇଟ୍ କରି ଜଣାଇଛନ୍ତି। ତେବେ ଜିଲ୍ଲାକୁ କିଛି ସୁରତ ଫେରନ୍ତା କିପରି ଚାଲି ଚାଲି କିଭଳି ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । । ଧୂଷୁରୀ ଓ ଅସୁରାଳି ଅଞ୍ଚଳକୁ ଏଭଳି କିଛି ସୁରଟ ଫେରନ୍ତା ଲୋକ ଆସିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here