Spread the love

ଜେନିଭା : କରୋନା ମହାମାରୀ ଆଉ ଭଲ ହେବାର ପଶ୍ନ ଉଠୁନି । ମହାମାରୀ କରୋନା ଏଚ୍ଆଇଭି ଭଳି ସମଗ୍ର ବିଶ୍ୱରେ ରହିବ । ଏଚଆଇଭି ଯେଭଳି ପୃଥିବୀରେ ରହିଛି ସେଭଳି କରୋନା ଚିର ଦିନ ରହିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରବକ୍ତା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନେକ ଦେଶ କରୋନା ଟୀକା ବାହାର କରିବା ଲାଗି ରାତି ଦିନ ଏକ କରିଦେଇଥିବା ବେଳେ ‘ହୁ’ର ଏଭଳି କଥା ସମଗ୍ର ମାନବ ସମାଜକୁ ଦ୍ୱନ୍ଦରେ ପକାଇ ଦେଇଛି । ଏଚ୍ଆଇଭି ସଂକ୍ରମଣ ଠାରୁ କରୋନା ସଂକ୍ରମଣର ମାଧ୍ୟମ ଭିନ୍ନ ହୋଇଥିବା ବେଳେ ଆଗକୁ ମାନବ ସମାଜ କିଭଳି ଏହାକୁ ସାମ୍ନା କରିବ ସେ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here