Spread the love

କଟକ : ରାଜ୍ୟରେ ଆଉ ୮୪ କରୋନା ରୋଗୀ ମଙ୍ଗଳବାରରେ ଭଲ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗଂଜାମର ସର୍ବାଧିକ ୨୪ ଜଣ ଏଥିରେ ରହିଥିବା ବେଳେ ଯାଜପୁରର ୧୮ଜଣ , ବାଲେଶ୍ୱରର ୧୧ଜଣ , କଟକର ୭ ଜଣ , ଭଦ୍ରକର ୬ , କେନ୍ଦ୍ରାପଡ଼ାର ୫, ଖୋର୍ଦ୍ଧା ଓ ପୁରୀରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜ ଓ ନୟାଗଡରୁ ୨ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ସୁନ୍ଦରଗଡ଼ରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଏଯାବତ ମୋଟ ୭୩୩ ଜଣ ରୋଗୀ ବିଭିନ୍ନ କୋଭିଡ଼ ହାସପାତାଳରୁ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here