Spread the love

ବିଶାଖାପାଟନମ
ଆନ୍ଧ୍ରପ୍ରଦେଶ ଡିଜିପି ଗୌଥମ ସାୱଙ୍ଗ ସ୍ୱତନ୍ତ୍ର ମୁଖ୍ୟ ସଚିବ କରିକଲ ଭାଲାଭେନଙ୍କ ସହ ଭାଇଜାଗର ଆରଆର ଭେଙ୍କଟାପୁରମରେ ଥିବା ଏଲଜି ପଲିମର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଶନିବାର ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଏବଂ ଗ୍ୟାସ ଲିକ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟ କାରଖାନା ବାହାରେ ବିିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାକୁ ବନ୍ଦ କରିବା ଲାଗି ଦାବି କରିଥିଲେ । ଏହା ଆବସିକ କ୍ଷେତ୍ର ମଧ୍ୟରେ ଥିବାରୁ ଆଗାମୀ ଦିନରେ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ସେମାନେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ଏଲଜି କାରଖାନାରୁ ଗୁରୁବାର ବିଷାକ୍ତ ଷ୍ଟିରେନ ଗ୍ୟାଲ ଲିକ ହୋଇ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ୪୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ରାସ୍ତା କଡରେ ପଡି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ପୋଲିସ ବିକ୍ଷୋଭକାରୀଙ୍କୁ ବୁଝାଇବାରେ ବିଫଳ ହୋଇଥିଲା । ଏହି ସମୟରେ ସେମାନ ପୋଲିସ ସହ ଯୁକ୍ତିତର୍କ କରିଥିଲେ ଏବଂ ୱାଇଏସଆର ପାର୍ଟିର କିଛି ନେତାଙ୍କୁ ଆକ୍ରମଣ କରିିଥିଲେ । ଜଣେ ସ୍ଥାନୀୟ ଲୋକ କେ ପ୍ରସାଦ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆନ୍ଧ୍ର ପୋଲିସ ଏଲଜି ପଲିମର୍ସର ପ୍ରତିନିଧିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

LEAVE A REPLY

Please enter your comment!
Please enter your name here