Spread the love

ନୂଆଦିଲ୍ଲୀ
ଆମେରିକା ଭାରତକୁ ଭେଣ୍ଟିଲେଟର ଦାନ କରିବ ବୋଲି ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଉତ୍ତମ ବନ୍ଧୁ ବୋଲି ଟ୍ରମ୍ପ କହିିଛନ୍ତି । ଟ୍ରମ୍ପ ଶୁକ୍ରବାର ଟ୍ୱିଟ କରି କେହିଥିଲେ ଯେ ମୁଁ ଗର୍ବର ସହ ଘୋଷଣା କରୁଛି ଯେ ଆମେରିକା ନିଜର ଆମର ବନ୍ଧୁ ରାଷ୍ଟ୍ର ଭାରତକୁ ଭେଣ୍ଟିଲେଟର ଦାନ କରିବ । କିନ୍ତୁ କେତେ ଭେଣ୍ଟିଲେଟର ଦାନ କରାଯିବ ତାହାର ସୂଚନା ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇନାହିଁ । ତେବେ ଟ୍ରମ୍ପ କ୍ୟାମ୍ପ ଡେଭିଡ ଯିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିିଥିଲେ ଯେ ଆମେ ଭାରତକୁ ଅନେକ ଭେଣ୍ଟିଲେଟର ପଠାଇଛୁ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛି । ଆମେ ଖୁବ ଶୀଘ୍ର ଆଉ କିଛି ଭେଣ୍ଟିଲେଟର ପଠାଇବୁ । ଆମେ ବିପୁଳ ପରିମାଣର ଭେଣ୍ଟିଲେଟର ଉତ୍ପାଦନ କରୁଛୁୁ । ସୂଚନାଯୋଗ୍ୟ ଯେ ଗତମାସରେ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଭାରତ ୫୦ ମିଲିୟନ ହାଇଡ୍ରୋକ୍ଲୋରୋକୁଇନ ଆମେରିକାକୁ ପଠାଇଥିଲା । ଏହି ଦେଶ କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଶନିବାର ମଧ୍ୟାହ୍ନ ସୁଦ୍ଧା ଆମେରିକାର ୧୪,୮୪,୨୮୫ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୮୮,୫୦୭ ଜଣ ମୃତ୍ୟୁବରଣ କଲେଣି ।

LEAVE A REPLY

Please enter your comment!
Please enter your name here