Spread the love

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୩୬ରେ ପହଞ୍ଚିଛି । ୧୧,୭୬୧ଜଣ ସୁସ୍ଥ ହୋଇଥିଲା ବେଳେ ୧୩୮୯ ଜଣ ପ୍ରାଣ ହରାଇଛନ୍ତି । ଲକଡାଉନ ଯୋଗୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ ବୋଲି ବିଭିନ୍ନ ମହଲ ମତ ପ୍ରକାଶ କରିଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶର ୩୬, ଆସାମର ୧, ବିହାରର ୪, ଦିଲ୍ଲୀର ୬୪, ଗୁଜରାଟର ୨୯୦, ହରିୟାଣାର ୫, ହିମାଚଳ ପ୍ରଦେଶର ୧, ଜମ୍ମୁ ଓ କଶ୍ମୀରର ୮, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୨୬, କେରଳର ୪, ମଧ୍ୟପ୍ରଦେଶର ୧୬୫, ମହାରାଷ୍ଟ୍ରର ୫୪୮, ମେଘାଳୟର ୧, ଓଡ଼ିଶାର ୧, ପଞ୍ଜାବର ୨୧, ରାଜସ୍ଥାନର ୭୧, ତାମିଲନାଡୁର ୩୦, ତେଲେଙ୍ଗାନାର ୨୯, ଉତ୍ତରପ୍ରଦେଶର ୪୫ ଏବଂ ପଶ୍ଚମବଙ୍ଗର ୩୫ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୩, ଆନ୍ଧ୍ରପ୍ରଦେଶରେ ୧୬୫୦, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୪୩, ବିହାରରେ ୫୧୭, ଚଣ୍ଡିଗଡ଼ରେ ୯୪, ଛତିଶଗଡ଼ରେ ୫୭, ଦିଲ୍ଲୀରେ ୪୫୮୯, ଗୋଆରେ ୭, ଗୁଜରାଟରେ ୫୪୨୮, ହରିୟାଣାରେ ୪୪୨, ହିମାଚଳ ପ୍ରଦେଶରେ ୪୦, ଜମ୍ମୁ ଓ କଶ୍ମୀରରେ ୭୦୧, ଝାଡ଼ଖଣ୍ଡରେ ୧୧୫, କର୍ଣ୍ଣାଟକରେ ୬୨୪, କେରଳରେ ୫୦୦, ଲଦାଖରେ ୪୧, ମଧ୍ୟପ୍ରଦେଶରେ ୨୯୪୨, ମହାରାଷ୍ଟ୍ରରେ ୧୨୯୭୪, ମଣିପୁରରେ ୨, ମେଘାଳୟରେ ୧୨, ମିଜୋରାମରେ ୧, ଓଡ଼ିଶାରେ ୧୬୩, ପୁଦ୍ଦୁଚେରୀରେ ୮, ପଞ୍ଜାବରେ ୧୧୦୨, ରାଜସ୍ଥାନରେ ୨୮୮୬, ତାମିଲନାଡୁରେ ୩୦୨୩, ତେଲେଙ୍ଗାନାରେ ୧୦୮୨, ତ୍ରିପୁରାରେ ୧୬, ଉତ୍ତରାଖଣ୍ଡରେ ୬୦, ଉତ୍ତରପ୍ରଦେଶରେ ୨୭୪୨ ଓ ପଶ୍ଚିମବଙ୍ଗରେ ୯୬୩ ଅଛି ।

LEAVE A REPLY

Please enter your comment!
Please enter your name here