Mandatory Credit: Photo by JAIPAL SINGH/EPA-EFE/Shutterstock (10590505m)A Jammu Municipal Corporation health worker sprays disinfectant inside a temple in Jammu, India, 22 March 2020. Prime Minister Narendra Modi asks citizens to impose self-curfew to fight Coronavirus COVID19 and state government has cancelled many trains and ordered the closure of all temples, educational institutions, bars and markets, among other public places, in an effort to slow down the ongoing pandemic of the COVID-19 disease caused by the SARS-CoV-2 coronavirus.Coronavirus in India, Jammu - 22 Mar 2020
Spread the love

ନୂଆଦିଲ୍ଲୀ
ଭାରତରେ ଦିନକୁ ଦିନ ମାହାମାରୀ କରୋନା ଭାଇରସ ସଂଘାତିକ ରୂପ ନେଇଛି । ଗତ ୨୪ ଘଣ୍ଟାରେ ଭାରତରେ ୮୯୦୯ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୨୧୭ ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ବୁଧବାର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨,୦୭,୯୬୫ ବୃଦ୍ଧି ପାଇଛି ଏବଂ ୫୮୧୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏବେ ୧,୦୧,୯୪୭ଟି ମାମଲା ସକ୍ରିୟ ଥିବାବେଳେ ୧,୦୦୦,୩୦୨ ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ସେମାନଙ୍କ ମଧ୍ୟରେ ଜଣେ ପ୍ରବାସୀ ସାମିଲ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତର ୪୮.୩୧ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ସେହିପରି ଭାରତ ମୃତକଙ୍କ ସଂଖ୍ୟାରେ ରଷିଆକୁ ଟପିଯାଇଛି । ସୂଚନାଯୋଗ୍ୟ ଯେ ବିଶ୍ୱର କରୋନା ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତର ସପ୍ତମ ସ୍ଥାନରେ ରହିଛି । ଭାରତ ଉପରେ ଆମେରିକା ୧୮,୮୧,୨୦୫ ଆକ୍ରାନ୍ତ ଏବଂ ୧,୦୮,୦୫୯ ମୃତ, ବ୍ରାଜିଲ ୫,୫୮,୨୩୭ ଏବଂ ୩୧,୩୦୯, ରଷିଆ ୪,୩୨,୨୭୭ ଏବଂ ୫,୨୧୫,ସ୍ପେନ ୨,୮୭,୦୧୨ ଏବଂ ୨୭୧୨୭,ବ୍ରିଟେନ ୨,୭୭,୯୮୫ ଏବଂ ୩୯,୩୬୯ ଏବଂ ଇଟାଲୀର ୨,୩୩,୫୧୫ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩୩,୫୩୦ ଜଣ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here