Spread the love

ନୂଆଦିଲ୍ଲୀ
ଦିନକୁ ଦିନ ବିପଜ୍ଜନକ କରୋନା ଭାଇରସର ପ୍ରଭାବ ବଢିବାରେ ଲାଗିଛି । ଏଥିରେ ବିଶ୍ୱର ୨୧୩ଟି ରଷ୍ଟ୍ରର ୫୨,୦୯,୮୪୦ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩,୩୪,୮୭୭ ଜଣ ମୃତ୍ୟୁବରଣ କରିଥିବାବେଳେ ୨୦,୯୨,୬୯୫ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ୨୭,୮୨,୨୭୭ଟି ମାମଲା ସକ୍ରିୟ ରହିଥିବାବେଳେ ୪୫,୬୧୩ ଜଣଙ୍କ ସ୍ୱାସ୍ଥ୍‌୍ୟାବସ୍ଥା ଗୁରୁତର ରହିଛି । ଭାରତ ମଧ୍ୟ ଏହି କରୋନା ଭାଇରସର ଯନ୍ତାରୁ ମୁକୁଳି ପାରିନାହିଁ । ଏଠାରେ ଗୋଟିଏ ଦିନରେ ସର୍ବାଧିକ ୬,୦୮୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍‌୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି । ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୁରୁବାର ୮ଟା ସୁଦ୍ଧା ଦେଶରେ ୧୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬,୦୮୮ ମାମଲା ଚିହ୍ନଟ ହୋଇଛି । ଏହା ସହିତ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୪୭କୁ ବୃଦ୍ଧି ପାଇଛି । ଏବେ ଦେଶରେ ୬୬,୩୩୦ଟି ମାମଲା ସକ୍ରିୟ ଥିବାବେଳେ ୪୮,୫୩୩ ଲୋକ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି ଏବଂ ଏଥିରେ ଜଣେ ପ୍ରବାସୀ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶର ୪୦.୯୭ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here