Spread the love

ନୂଆଦିଲ୍ଲୀ
ଲଦାଖ ଏବଂ ଉତ୍ତର ସିକିମ୍ମ ସୀମାରେ ଭାରତ-ଚୀନ ସେନାର ଯବାନ ମୁହାଁମୁହିଁ ହୋଇଛନ୍ତି । ଏଥିଯୋଗୁ ସ୍ଥିତି ଉତ୍ତେଜନାପୂର୍ଣ ରହିଛି । ତେବେ ଏହାକୁ ନେଇ ମିଳିତ ଜାତିସଂଘ ଉଭୟ ଦେଶକୁ ଉତ୍ତେଜନା ହ୍ରାସ କରିବା ଲାଗି ପରାମର୍ଶ ଦେଇଛି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ବିବାଦର ସମାଧାନ ଲାଗି ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ । ଜାତିସଂଘ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ ଉତ୍ତେଜନା ବୃଦ୍ଧି ପାଇବା ଭଳି କୌଣସି କାମ କେହି କରନ୍ତୁ ନାହିଁ । ଏହା ହ୍ରାସ କରିବା ଲାଗି ଉଭୟ ରାଷ୍ଟ୍ର ପ୍ରୟାସ କରିବା ଉଚିତ । ତେବେ କିଏ ମଧ୍ୟସ୍ଥି ହେବ ତାହାର ନିର୍ଦ୍ଦେଶ ଜାତିସଂଘ ଦେଇପାରିବ ନାହିଁ । ଏନେଇ ବିବାଦ ଲାଗିଥିବା ଦେଶ ନିଷ୍ପତ୍ତି ନେବେ । ତେବେ ଏହି ସ୍ଥିତି ଉପରେ ଆମେ ନଜର ରଖିଛୁ ।

LEAVE A REPLY

Please enter your comment!
Please enter your name here