Spread the love

ନୂଆଦିଲ୍ଲୀ : ଚୀନ ସୀମାରେ ଭାରତ ନିର୍ମାଣ କରିଥିବା୯୫ କିମିର କୈଳାସ ମାନସରୋବର ଲିଙ୍କ ରାସ୍ତାକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରଛନ୍ତିି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓତ ଏବଂ ସ୍ଥଳ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ ଉପସ୍ଥିତ ଥିଲେ । ଏଥିରେ ରାସ୍ତା ନିର୍ମାଣ ସମୟରେ ମୃତ୍ୟୁବରଣ କରିଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ବର୍ଡର ରୋଡ ଅର୍ଗାନାଇଜେସନର ଯାନ ରାସ୍ତା ଦେଇ ଗତି କରିଥିଲା । ଶ୍ରୀ ସିଂହ କହିଛନ୍ତିି ଯେ ରଷ୍ଟ୍ର ନିର୍ମାଣରେ ଏହି ରାସ୍ତା ଏକ ପ୍ରମୁକ ଭୂମିକା ଗ୍ରହଣ କରିବା ସହିତ ଲିପୁଲେଖ ଏବଂ କୈଳାଶ ମାନ ସରୋବର ଯାତ୍ରାକୁ ସହଜ କରିବ । ଏହା ଦ୍ୱାର ସ୍ଥାନୀୟ ଲୋକମାନେ ବିଶେଷ ଉପକୃତ ହେବେ ଏବଂ ଭାରତ-ଚୀନ ବାଣିଜ୍ୟ ବ୍ୟବସାୟ ଅଧିକ ଗତିଶୀଳ ହେବ । ଏହି ରାସ୍ତ। ରଣନୈତିକ ଦୃଷ୍ଟିରୁ ଭାରତ ଲାଗି ଅଧିକ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏହି ରାସ୍ତାରେ ସେନା ଏବଂ ଅର୍ଧସାମରିକବାହିନୀର ଯାନବାହନ ଚଳାଚଳ କରିବ ।

LEAVE A REPLY

Please enter your comment!
Please enter your name here