Spread the love

ୱାଶିଂଟନ: ଭାରତର ଲଦାଖ ସମେତ ଉତ୍ତର ସିକିମର ନିୟନ୍ତ୍ରଣ ରେଖା ନିକଟରେ ଚୀନ ସୈନ୍ୟ ଠୁଳ କରିବାରେ ଲାଗିଛି । ଏବେ ମଧ୍ୟ ହଜାର ହଜାର ଚୀନ ସୈନ୍ୟ ଭାରତ ସୀମା ନିକଟକୁ ଅଗ୍ରସର ହେବା ଆମେ ଦେଖିବାକୁ ପାଉଛୁ । ଉହାନରୁ ସୃଷ୍ଟ କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିବା ପରେ ହଂକଂ ଠାରୁ ଆରମ୍ଭ କରି ଦକ୍ଷିଣ ଚୀନ ସାଗର ପର୍ଯ୍ୟନ୍ତ ସବୁଠାରେ ଚୀନ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ଅହରହ ଉଦ୍ୟମ କରୁଛି । ଅନ୍ୟ ରାଷ୍ଟ୍ରର ବୌଦ୍ଧିକ ସମ୍ପତ୍ତି ଚୋରି ଉଦ୍ୟମ ମଧ୍ୟ କରୁଛି । ଏହା କେବଳ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ସମ୍ଭବ ହୋଇଥାଏ ବୋଲି ଆମେରିକା ବିଦେଶ ସଚିବ ମାଇକ ପୋମ୍ପେଓ କହିଛନ୍ତି । ସେ କହିଛନ୍ତି ଯେ ଏହା କେବଳ ଏବେକାର କଥା ନୁହେଁ ଦୀର୍ଘ ବର୍ଷ ଧରି ଚୀନ ଶାସକ ଏପରି କୌଶଳ ଆପଣାଉଛନ୍ତି । ଆମେରିକା ଏ ସମ୍ପର୍କରେ ଭଲଭାବେ ଅବଗତ ଅଛି ଓ ଆମେ ଚୀନ ଉଦ୍ୟମକୁ ପଣ୍ଡ କରିବାକୁ ସକ୍ଷମ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here