Spread the love

ଗୌହାଟୀ: ଆସାମର ବାରାକ ଉପତ୍ୟକାର ୩ଟି ଜିଲ୍ଲାରେ ଆଜି ଭୂସ୍ଖଳନ ଘଟି ୩ଟି ପରିବାରର ୧୮ଜଣଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି । ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ଆସାମର କଚ୍ଛର, କରିମଗଞ୍ଜ ଓ ହାଇଲାକାଣ୍ଡି ଜିଲ୍ଲାରେ ଭୂସ୍ଖଳନ ଘଟିଛି । ସୋମବାରଠାରୁ ଏଠାରେ ପ୍ରବଳ ବର୍ଷା ଲାଗିରହିଛି । କଚ୍ଛର ଓ ହାଇଲାକାଣ୍ଡିରେ ୭ଜଣ ଲେଖା ପ୍ରାଣ ହରାଇଥିଲା ବେଳେ କରିମଗଞ୍ଜରେ ୬ଜଣଙ୍କର ପ୍ରାଣହାନୀ ଘଟିଛି । କଚ୍ଛରର ଜୟପୁରରେ ଜଣେ ବ୍ୟକ୍ତି, ତାଙ୍କର ତିନି ପୁଅ ଓ ତିନି ଝିଅ ପ୍ରାଣ ହରାଇଥିଲା ବେଳେ ତାଙ୍କ ପତ୍ନୀ ଓ ଜଣେ ପୁଅ ଆହତ ହୋଇ ରକ୍ଷା ପାଇଯାଇଛନ୍ତି । ସେହିପରି କରିମଗଞ୍ଜର ଦୁଇଟି ଘଟଣା ମଧ୍ୟରୁ ଗୋଟିକରେ ଗୃହକର୍ତ୍ତା, ତାଙ୍କ ପତ୍ନୀ, ଦୁଇ ପୁଅ ଓ ଜଣେ ଝିଅ ପ୍ରାଣ ହରାଇଥିଲା ବେଳେ ଅନ୍ୟ ଏକ ଘଟଣାରେ ଜଣେ ୧୪ ବର୍ଷୀୟା ବାଳିକାର ପ୍ରାଣ ଯାଇଛି । ହାଇଲାକାଣ୍ଡିରେ ମଧ୍ୟ ଗୋଟିଏ ଘଟଣାରେ ଗୃହକର୍ତ୍ତା, ତାଙ୍କ ପିତା, ତାଙ୍କ ପତ୍ନୀ, ଦୁଇ ଝିଅ ଓ ଜଣେ ପୁଅ ପ୍ରାଣ ହରାଇଥିଲା ବେଳେ ମୋହନପୁରରେ ଜଣେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତ ବ୍ୟକ୍ତି ଶୋଇଥିଲା ବେଳେ ଭୂସ୍ଖଳନ ହୋଇଥିଲା ଓ ସମସ୍ତେ ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here