Spread the love
ମୁମ୍ବାଇ: କରୋନା ଜନିତ ଲକଡାଉନ ୩-୦ର ଅବଧି ରବିବାର ଶେଷ ହେଉଥିଲା ବେଳେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ଭାବେ ଲକଡାଉନ ଅବଧିକୁ ମଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ମହାରାଷ୍ଟ୍ର କରୋନା ଭାଇରସ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧବ ଠାକୁର ସରକାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲା ସହିତ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ରବିବାର ସନ୍ଧ୍ୟାରେ ଲକଡାଉନର ଚତୁର୍ଥ ପର୍ୟ୍ୟାୟ ପାଇଁ ନିର୍ଦ୍ଦେଶାବଳୀ ଘୋଷଣା କରିବ ବୋଲି ଆଶା କରାଯାଉଛି  । ଗୋଟିଏ ଦିନରେ ୧,୬୦୬ଟି ନୂଆ ମାମଲା ରିପୋର୍ଟ ହୋଇଥିବାରୁ ରାଜ୍ୟରେ କରୋନା ଭାଇରସ୍ ମାମଲା ଶନିବାର ୩୦,୦୦୦ ମାର୍କ ଅତିକ୍ରମ କରିଛି। ୮୮୪ ମାମଲା ସହିତ ମୁମ୍ବାଇର ମୋଟ ମାମଲା ୧୮,୫୫୫ରେ ପହଞ୍ଚିଛି। ମୁମ୍ବାଇରେ ଶନିବାର ୮୮୪ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ମେ ଶେଷ ସୁଦ୍ଧା ୫୦,୦୦୦ରୁ ଅଧିକ ମାମଲା ହେବ ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here