Spread the love

ନୂଆଦିଲ୍ଲୀ
ଲକଡାଉନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଲାଗି ରେଲବାଇ ମଙ୍ଗଳବାର ଠାରୁ ୧୫ଟି ଏସି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିବାକୁୁ ଯାଉଛି । ଏହି ସବୁ ଟ୍ରେନ ନୂଆଦିଲ୍ଲୀରୁ ବାହାରିବ । ଆପଣ ଯଦି ଏଥିରେ ଯାତ୍ରା କରିବାକୁ ଚାହାନ୍ତି ତେବେ ଆଇଆରସିଟିସି ୱେବସାଇଟକୁ ଯାଇ ସୋମବାର ସନ୍ଧ୍ୟା ୪ଟି ଠାରୁ ଟିକେଟ କାଟିପାରିବେ । ଏହି ସ୍ୱତନ୍ତ୍ର ଟ୍ରେନର ଟିକେଟ କାଉଣ୍ଟରେ ମିଳିବ ନାହିଁ ଏବଂ ଏଥିରେ ମାସ୍କ ପିନ୍ଧି ଯାତ୍ରା କରିବାକୁ ବଧ୍ୟତାମୂଳକ କରାଯାଇଛି । ସେହିପରି ଟ୍ରେନ ଛାଡିବାର ଏକ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କ ଷ୍ଟେସନରେ ପହଞ୍ଚିବାକୁ ପଡିବ । ମଙ୍ଗଳବାର ଠାରୁ ନୂଆଦିଲ୍ଲୀରୁ ହାଓଡା,ରଜେନ୍ଦ୍ରନଗର,ଡିବ୍ରୁଗଡ,ଜାମ୍ମୁତାୱି,ଅହମ୍ମଦାବାଦ,ବେଙ୍ଗାଲୁରୁ, ମୁମ୍ବାଇ ସେଣ୍ଟ୍ରାଲ ଏବଂ ଭୁବନେଶ୍ୱରକୁ ପ୍ରତ୍ୟେକ ଦିନ ଟ୍ରେନ ଯିବାଆସିବା କରିବ । ସେହିପରି ମଙ୍ଗଳବାର,ଗୁରୁବାର ଏବଂ ଶୁକ୍ରବାର ତିରୁବନନ୍ତପୁରମରୁ ନୂଆଦିଲ୍ଲୀ ଏବଂ ମଙ୍ଗଳବାର,ବୁଧବାର ଓ ରବିବାର ନୂଆଦିଲ୍ଲୀରୁ ତିରୁବନନ୍ତପୁରମ ମଧ୍ୟରେ ଟ୍ରେନ ଚାଲିବ । ଏହା ସହିତ ଶୁକ୍ରବାର ଓ ରବିବାର ଚେନ୍ନାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ, ଗୁରୁବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଚେନ୍ନାଇ ସେଣ୍ଟ୍ରାଲ,ସୋମବାର ଓ ଗୁରୁବାର ବିଳାସପୁରରୁ ନୂଆଦିଲ୍ଲୀ ଏବଂ ମଙ୍ଗଳବାର ଓ ଶନିବାର ନୂଆଦିଲ୍ଲୀରୁ ବିଳାସପୁର,ଗୁରୁବାର ଓ ରବିବାର ନୂଆଦିଲ୍ଲୀରୁ ରାଞ୍ଚି ଏବଂ ବୁଧବାର ଓ ଶନିବାର ରାଞ୍ଚିରୁ ନୂଆଦିଲ୍ଲୀ, ସୋମବାର ଅଗରତାଲାରୁ ଏବଂ ବୁଧବାର ନୂଆଦିଲ୍ଲୀରୁ ଅଗରତାଲା,ଶୁକ୍ରବାର ଓ ଶନିବାର ନୂଆଦିଲ୍ଲୀରୁ ମଡଗାଁଓ ଏବଂ ସୋମବାର ଓ ରବିବାର ନୂଆଦିଲ୍ଲୀରୁ ମଡଗାଁଓ, ବୁଧବାର ସିକନ୍ଦରାବାଦରୁ ନୂଆଦିଲ୍ଲୀ ଏବଂ ରବିବାର ନୂଆଦିଲ୍ଲୀରୁ ସିକନ୍ଦରାବାଦ ଟ୍ରେନ ଚଳାଚଳ କରିବ । ତେବେ କହିରଖୁଛୁ ଯେ ଏହି ସବୁ ଟ୍ରେନ ସୀମିତ ଅଞ୍ଚଳରେ ରହିବ । ହାଓଡାରୁ ନୂଆଦିଲ୍ଲୀ ଯାଇଥିବା ଟ୍ରେନ ଆସାନସୋଲ ଜଙ୍କସନ, ଧାନବାଦ ଜଙ୍କସନ,ପରାସନାଥ, ଗୟା ଜଙ୍କସନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗରାଜ ଏବଂ କାନପୁର ସେଣ୍ଟ୍ରାଲରେ ରହିବ । ସେହିପରି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ କଟକ, ଭଦ୍ରକ, ବାଲେଶ୍ୱର, ହିଞ୍ଜିଳି(ଖଡଗପୁର), ଟାଟାନଗର ଜଙ୍କସନ, ମରି, ବୋକାରୋ ଷ୍ଟିଲ ସିଟି, ଗୋମହ ଜଙ୍କସନ, କୋଡରେମା, ଗୟା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲରେ ରହିବ ।

LEAVE A REPLY

Please enter your comment!
Please enter your name here