Spread the love

ନୂଆଦିଲ୍ଲୀ, କୋରୋନିଲ ଔଷଧକୁ ନେଇ ଅନେକ ବିବାଦର ସାମ୍ନା କରିବା ପରେ ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା  ଔଷଧ । ‘କୋରୋନିଲ’ ଔଷଧ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ଦେଉଥିବା ଦାବିକୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ପ୍ରତ୍ୟାହାର କରି ନେଇଛି ।  କମ୍ପାନୀର ସିଇଓ ଭାବେ କାର୍ଯ୍ୟରତ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି ଯେ, ଆମେ କେବେ ଦାବି କରିନାହୁଁ ଯେ ଆମେ କରୋନାଭାଇରସର ମୁକାବିଲା ପାଇଁ ଔଷଧ ତିଆରି କରିଛୁ। ପତଞ୍ଜଳି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ ତିଆରି କରିଛି ଏବଂ ଏହା କରୋନାକୁ ମଧ୍ୟ ଭଲ କରିଛି । ଆମେ ତୁଳସୀ, ଗିଲୋଇ, ଅଶ୍ୱଗନ୍ଧାକୁ ମିଶ୍ରଣ କରି କରୋନା ଆକ୍ରାନ୍ତ ରୋଗୀଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା କରିଥିଲୁ । ଯାହା ପରେ ସେ ଆରୋଗ୍ୟ ଲାଭ କରିଥିଲେ। ଆମେ କରୋନା ଔଷଧ ତିଆରି କରିଥିବା ନେଇ କୌଣସି ସ୍ଥାନରେ ଦାବି କରିନାହୁଁ କି ବିଜ୍ଞାପନ ଦେଇନାହୁଁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆମେ ଲାଇସେନ୍ସପ୍ରାପ୍ତ ଏବଂ ସେ ନେଇ ଔଷଧ ପ୍ରସ୍ତୁତ କରିଛୁ। ଉଲ୍ଲେଖଯୋଗ୍ୟ, ପତଞ୍ଜଳି କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିବା ପରେ ବାବା ରାମଦେବଙ୍କ ନାଁରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here