Spread the love

ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ ବେଳେ ମଦର ହୋମ ଡେଲିଭରୀ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିଛନ୍ତି । ତେବେ ମଦ ବିକ୍ରୀ ରାଜ୍ୟ ସରକାରଙ୍କ କ୍ଷମତାଭୁକ୍ତ ହୋଇଥିବାରୁ ଏ ସମ୍ପର୍କରେ କୌଣସି ଆଦେଶ ଦେବାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁଚନାଯୋଗ୍ୟ ଯେ କରୋନା ଜନିତ ଲକଡାଉନ ଯୋଗୁ ଦେଶରେ ମଦ ବିକ୍ରୀ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ମଇ ୩ରେ ଶେଷ ହୋଇଥିବା ଲକଡାଉନ ୨-୦ ପରେ କେତେକ ରାଜ୍ୟରେ ମଦ ବିକ୍ରୀ ଆରମ୍ଭ ହୋଇଥିଲା ବେଳେ ଅନ୍ୟ ରାଜ୍ୟରେ ଆରମ୍ଭ ହୋଇନାହିଁ । ମଦ ଦୋକାନ ଖୋଲିଲେ ସାମାଜିକ ଦୁରତ୍ୱ ରକ୍ଷା କରି ହେବ ନାହିଁ ବୋଲି ହୃଦବୋଧ ହେବା ପରେ କେତେକ ରାଜ୍ୟ ମଦ ବିକ୍ରୀକୁ ଅନୁମତି ଦେଇନାହାନ୍ତି । ତେବେ ହୋମ ଡେଲିଭରୀ ଦ୍ୱାରା ସାମାଜିକ ଦୁରତ୍ୱ ରକ୍ଷା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here