Spread the love

ନୂଆଦିଲ୍ଲୀ
ତାମିଲନାଡୁ ସରକାରଙ୍କୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି । ରାଜ୍ୟରେ ମଦ ବିକ୍ରି ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଦେଇଛନ୍ତି ଏବଂ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମଦ ଦୋକାନରେ ଅଧିକ ଗହଳି ଲାଗି ରହୁଥିବାରୁ ଏବଂ ସାମାଜିକ ଦୂରତା ରକ୍ଷା ହେଉନଥିବାରୁ କରୋନା ଭାଇରସ ଯୋଗୁଁ ଜାରି ମାର୍ଗଦର୍ଶିକାର ଉଲ୍ଲଙ୍ଘନ ହେଉଥିଲା । ତେଣୁ ମାଡ୍ରାସ ହାଇକୋର୍ଟ ଗତ ସପ୍ତାହର ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ମଦ ବିକ୍ରି ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ତାମିଲନାଡୁ ସରକାର ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ଏବଂ ରାଜ୍ୟରେ ମଦର ହୋମ ଡେଲିଭରୀ କରିବା ସମ୍ଭବ ନୁହେଁ ବୋଲି କହିିଥିଲେ ।

LEAVE A REPLY

Please enter your comment!
Please enter your name here