Spread the love

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ ଆନେ୍ଦାଳନକାରୀଙ୍କୁ ମଧ୍ୟପ୍ରାଚ୍ୟରୁ ଅର୍ଥ ମିଳୁଥିଲା ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ପାଟିଆଲା ହାଉସ କୋର୍ଟଙ୍କୁ ଅବଗତ କରାଯାଇଛି । ୨୦୧୯ ଡିସେମ୍ବର ଓ ଜାନୁଆରିରେ ଭାରତର ବିଭିନ୍ନ ସହରରେ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଓ ୨୦୨୦ ଫେବ୍ରୁଆରିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ ବିଦେଶରୁ ଅର୍ଥ ଆସିଥିବା ଦିଲ୍ଲୀ ପୁଲିସ ସୂଚନା ଦେଇଛି । ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ସିଏଏ ବିରୋଧୀ ହିଂସା ଲାଗି ମଧ୍ୟପ୍ରାଚ୍ୟରେ ଥିବା ଜାମିଆ ମିଲିଆ ଆଲୁମିନି ସଂଗଠନ ମାଧ୍ୟମରେ ଅର୍ଥ ଆସୁଥିଲା । ଗତ ରବିବାର ଗିରଫ ହୋଇଥିବା ଜାମିଆ ଆଲୁମିନି ସିଫା-ଉର-ରେହମାନକୁ ଜେରା କରିବା ପରେ ଏହି ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here