Spread the love

ନୂଆଦିଲ୍ଲୀ: କରୋନା ଯୋଗୁ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବ ବୋଲି ବିଭିନ୍ନ ସଙ୍ଗଠନ ଆକଳନ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରିବ । ଏପରି ସମୟ ଆସିବ ଯେତେବେଳେ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଭାରତୀୟଙ୍କ ନିକଟରେ ଭଲ ଚାକିରି ରହିବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସାକ୍ଷାତକାର ନେଇଛନ୍ତି। ଗୁରୁବାର କଂଗ୍ରେସର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପ୍ରସାରିତ ହୋଇଛି । ରାଜନଙ୍କୁ ରାହୁଲ କରୋନା, ଅର୍ଥନୀତି ଏବଂ ଭାରତର ସାମାଜିକ ପରିବର୍ତ୍ତନ ସମ୍ପର୍କରେ କେତେକ ପ୍ରଶ୍ନ ପଚାରିଥିଲେ। ଉତ୍ତର ରେ ରାଜନ କହିଛନ୍ତି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଆମର ଏକ ଉପାୟ ଅଛି। ଖାଦ୍ୟ, ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଅନେକ ରାଜ୍ୟ ଭଲ କାମ କରିଛନ୍ତି ଜ୍ଝକିନ୍ତୁ ସବୁଠାରୁ ବଡ ଆହ୍ୱାନ ହେଉଛି ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତଙ୍କ ପାଇଁ, ଯେଉଁମାନଙ୍କର ଭଲ ଚାକିରି ରହିବ ନାହିଁ। ପାଖାପାଖି ୧୦ କୋଟି ଲୋକ ଚାକିରି ହରାଇପାରନ୍ତି ଜ୍ଝ

LEAVE A REPLY

Please enter your comment!
Please enter your name here