Spread the love

ନୂଆଦିଲ୍ଲୀ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୋମବାର ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥା(ଏମ୍ସ) ସୂତ୍ରରୁ ସୂଚନା ମିଳିଛି । ଅସୁସ୍ଥତା ଅନୁଭବ କରିବାରୁ ଏହି ୮୭ ବର୍ଷୀୟ କଂଗ୍ରେସ ନେତାଙ୍କୁ ରବିବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନୀ ଅନୁଯାୟୀ ଶ୍ରୀ ସିଂହଙ୍କ ସ୍ୱସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ଏବଂ ଜ୍ୱରର ଅନ୍ୟ ସମସ୍ତ କାରଣ ସମ୍ବନ୍ଧରେ ନୀରିକ୍ଷଣ ପାଇଁ ଡାକ୍ତରମାନେ ବିଭିନ୍ନ ପରୀକ୍ଷାନିରୀକ୍ଷା କରୁଛନ୍ତି । ସେ ଏବେ ଏମ୍ସର କାର୍ଡିଆଥୋରାସିସ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ସିଂହ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି । ସେ ରାଜସ୍ଥାନରୁ ରାଜ୍ୟସଭାକୁ ଯାଇଛନ୍ତି । ସେ ୨୦୦୪ ଏବଂ ୨୦୧୪ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ୨୦୦୯ରେ ଏମ୍କର ତାଙ୍କର କୋରୋନାରୀ ବାଇପାସ ସର୍ଜରୀ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here