Spread the love

ନୂଆଦିଲ୍ଲୀ
ମନୁଷ୍ୟ ଉପରେ ପ୍ରଥମ କରୋନା ଭାଇରସ ଟୀକାର ପରୀକ୍ଷଣ ସଫଳ ହୋଇଛି । ଏହି ଟୀକା ନିରାପଦ ଏବଂ ଭାଇରସ ବିରୋଧରେ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳ ହୋଇଛି । ଏହି ଟୀକା ପ୍ରସ୍ତୁତ କରିଥିବା ଆମେରିକା ଫାର୍ମା କମ୍ପାନୀ ମୋଡେନା ସୋମବାର ଏହି ଘୋଷଣା କରିଛି । କମ୍ପାନୀ ମାର୍ଚ୍ଚରେ ଏହାର ପରୀକ୍ଷଣ ଆରମ୍ଭ କରିଥିଲା । ପ୍ରଥମେ ୮ ଜଣ ସ୍ୱୟଂସେବକଙ୍କ ଉପରେ ଏହି ଟୀକାର ଦୁଇଟି ଡୋଜ ପରୀକ୍ଷା କରାଯାଇଥିଲ, ଯାହାର ଫଳାଫଳ ଆଧାରରେ କମ୍ପାନୀ ଏହି ଘୋଷଣା କରିଛି । ଏହି ଟୀକାର ଡୋଜ ଦିଆଯାଇଥିବା ଲୋକଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିଲା ଏବଂ ଏହା ଭାଇରସ ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିଲା । ଏହି ପରୀକ୍ଷା ପରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଲୋକଙ୍କ ଆଣ୍ଟିବଡି ସହ ସ୍ୱୟଂସେବକଙ୍କ ଆଣ୍ଟିବଡିର ତୁଳନା କରାଯାଇଥିଲା । ମୋଡନା ପକ୍ଷର କୁହାଯାଇଛି ଯେ ଖୁୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ୬୦୦ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ଏବଂ ଜୁଲାଇ ପରେ ତୃତୀୟ ପର୍ଯ୍ୟାୟରେ ହଜାରରୁ ଅଧିକ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଏହି ପରୀକ୍ଷଣ ହେବ । ଏଥିଲାଗି ଆମେରିକାର ଫୁଡ ଆଣ୍ଡ ଡ୍ରଗ କଣ୍ଟ୍ରୋଲର(ଏଫଡିଏ) ମୋଡେନାକୁ ଅନୁମତି ଦେଇଛି । ଏହି ପରୀକ୍ଷଣ ସଫଳ ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଟୀକା ବାହାରିବ ବୋଲି ମୋଡେନାର ମୁଖ୍ୟ ମେଡିକାଲ ଅଫିସର ତାଲ ଜାକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here