Spread the love

ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ । ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ହେବ ଶ୍ରୀଜିଉଙ୍କ ନୌକାବିହାର । ଏଥିିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ ସ୍ଥାପନ ହେବ । ସେହିପରି ଆସନ୍ତାକାଲି ଅକ୍ଷିତୃତୀୟାରେ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି କରାଯିବ । ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯିବ । ଅକ୍ଷିତୃତୀୟାରେ ରଥ ଅନୁକୂଳ ନୀତି କରାଯିବ । ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ ।
ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ୟ୍ୟଠାରୁ ଆରମ୍ଭ କରି ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ । ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ହେବ ଶ୍ରୀଜିଉଙ୍କ ନୌକାବିହାର । ଏଥିିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ ସ୍ଥାପନ ହେବ ।

LEAVE A REPLY

Please enter your comment!
Please enter your name here