Spread the love

ପୁରୀ: ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହାରଣା ସେବକ ରବିବାରଠାରୁ ସଙ୍ଗରୋଧରେ ରହିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୁତ୍ରରୁ ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୪୦ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି ଓ ସମସ୍ତଙ୍କର କରୋନା ପରୀକ୍ଷା କରାଯିବ । ଭକ୍ତ ନିବାସରେ ସେବକ ମାନେ ସଙ୍ଗରୋଧରେ ରହିବେ ଓ ସେଠାରୁ ସେମାନଙ୍କୁ ବସ ଯୋଗେ ରଥ ନିର୍ମାଣ ସ୍ଥଳୀକୁ ଅଣାଯିବ । ସଙ୍ଗରୋଧ ସମୟରେ ସେବକମାନଙ୍କୁ କରୋନା କିଟ, ମାସ୍କ ଓ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here