Spread the love

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଏଠାରେ ୨୦ ହଜାର ୨୨୮ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୭୭୯ ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ର ପଛକୁ ଗୁଜୁରାଟ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୭,୭୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲା ବେଳେ ୪୭୨ ଜଣ ପ୍ରାଣ ହରାଇଛନ୍ତି । ତୃତୀୟ ସ୍ଥାନରେ ଥିବା ଦିଲ୍ଲୀରେ ୬,୫୪୨ ଜଣ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ୭୩ ରହିଛି । ତାମିଲନାଡ଼ୁ ଚତୁର୍ଥ ସ୍ଥାନରେ ଅଛି । ଏଠାରେ ୬,୫୩୫ ଆକ୍ରାନ୍ତ ହୋଇଥିଲା ବେଳେ ୪୪ ମୃତ୍ୟୁବରଣ କରିଛନ୍ତି । ମଧ୍ୟପ୍ରଦେଶରେ ୩,୬୧୪ ଆକ୍ରାନ୍ତ ଓ ୨୧୫ ମୃତ, ଉତ୍ତରପ୍ରଦେଶରେ ୩,୩୭୩ ଆକ୍ରାନ୍ତ ଓ ୭୪ ମୃତ, ଆନ୍ଧ୍ରପ୍ରଦେଶରେ ୧,୯୩୦ ଆକ୍ରାନ୍ତ ଓ ୪୪ ମୃତ, ପଶ୍ଚିମବଙ୍ଗରେ ୧,୭୮୬ ଆକ୍ରାନ୍ତ ଓ ୧୭୧ ମୃତ, ପଞ୍ଚାବରେ ୧,୭୬୨ ଆକ୍ରାନ୍ତ ଓ ୩୧ ମୃତ, ତେଲେଙ୍ଗାନାରେ ୧,୧୬୩ ଆକ୍ରାନ୍ତ ଓ ୩୦ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here