Spread the love

ରାୟପୁର: ବୁଧବାର ସକାଳେ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ହୋଇଥିବା ଏନ୍କାଉଣ୍ଟର୍ରେ ଜଣେ ମହିଳା ନକ୍ସଲଙ୍କର ମୃତ୍ୟୁ ହେବା ସହ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଛୋଟେଡୋଙ୍ଗର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବୋଲି ନାରାୟଣପୁର ପୋଲିସ ପକ୍ଷରୁ କୁହାଯାଇଛି । କାଡ଼େମେଟା ପୁଲିସ କ୍ୟାମ୍ପ୍ ନିକଟରେ ଥିବା ଜଙ୍ଗଲକୁ ପାଟ୍ରୋଲିଙ୍ଗ୍ ପାର୍ଟି କର୍ଡନ୍ କରୁଥିବା ବେଳେ ନକ୍ସଲ୍ ଅତର୍କିତ ଆଇଇଡି ବିସ୍ଫୋରଣ କରିବା ସହ ନିରାପତ୍ତା କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ଶବ ଓ ଦୁଇଟି ରାଇଫଲ୍ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଥିବା କଥା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here