Spread the love

ଭୁବନେଶ୍ୱର
୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବ ମା’କୁ ପିଟି ପିଟି ମାରିଦେଇଛନ୍ତିି ଦୁଇ ନୃଶଂସ ପୁଅ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅଧିନର ଥିବା ସାତଭାୟା ଗ୍ରାମର ତଳସାହିରେ ଏପରି ମର୍ମନ୍ତୁଦ ଘଟଣା ଘଟିଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ମୃତ ମହିଳା ତୁଳସୀ ସିଂଙ୍କ ୫ ପୁଅଙ୍କ ମଧ୍ୟରୁ ଦୁଇ ଜଣ ନିଶାସକ୍ତ ଅବସ୍ଥାରେ ତାଙ୍କ ସହ ଝଗଡା କରିଥିଲେ । ପରେ ସେମାନେ କାଠ ଫାଳିଆରେ ତୁଳସୀଙ୍କୁ ମାଡ ମାରିଥିଲେ । ଏହି ସମୟରେ ତୁଳସୀଙ୍କ ସ୍ୱାମୀ ବିଶୁ ସିଂ ଘରେ ନଥିଲେ ଏବଂ ପରେ ଘଟଣା ସମ୍ପର୍କରେ ତାଙ୍କ ସାନପୁଅ ତାଙ୍କୁ କହଥିଲେ ।ତୁଳସୀ ପୁଅମାନଙ୍କ ମାଡ ଖାଇ ୟନ୍ତ୍ରଣାରେ ଜର୍ଜରିତ ହୋଇ ରାତରେ ଶୋଇ ପଡିଥିଲେ । ତେବେ ସକାଳକୁ ଆଉ ସେ ଜୀବିତ ନଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି ।

LEAVE A REPLY

Please enter your comment!
Please enter your name here