Spread the love

ଭୁବନେଶ୍ୱର
ମହାବାତ୍ୟା ଅମ୍ଫାନକୁ ଦେଖି ମାଟ୍ରିକ ଖାତା ଦେଖାକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ଏହା ଆରମ୍ଭ ହୋଇଥାନ୍ତା । ଏବେ ଏହା ମେ ୨୧ରୁ ଆରମ୍ଭ ହେବ । ୬୦ଟି କେନ୍ଦ୍ରରେ ଖାତାର ମୂଲ୍ୟାୟନ ହେବ ଏବଂ ଶିକ୍ଷକମାନେ ଘର ଠାରୁ ୧୦ କିମି ଭିତରେ ଥିବା କେନ୍ଦ୍ରକୁ ଆସି ଖାତା ଦେଖିବେ । ଅପରପକ୍ଷେ ଜୁଲାଇ ୧ରୁ ୧୫ ମଧ୍ୟରେ ବାକିଥିବା ଯୁକ୍ତ ୨ ପରୀକ୍ଷା ଶେଷ ହେବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here