Spread the love

ଭୁବନେଶ୍ୱର: ଏଥର ପ୍ରବାସୀମାନଙ୍କୁ ଯଦି ଅଣାଯାଏ ତେବେ ଟ୍ରେନ ଅଟକାଇବୁ । ଦରକାର ପଡ଼ିଲେ ଟ୍ରେନ ଆଗରେ ଧାରଣା ଦେବୁ । ଆଉ ସହି ହେବନି । କିଛି ଲୋକଙ୍କ ପାଇଁ ୪ କୋଟି ଲୋକଙ୍କ ଜୀବନକୁ ସରକାର ଯେଭଳି ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି ସେପରି କରିବାକୁ ଦେବୁ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଚେତାଇ ଦେଇଛନ୍ତି । ଏହା ଏବେ ରାଜନୈତିକ ବିବାଦ ଆରମ୍ଭ କରିଛି । ପ୍ରବାସୀମାନେଙ୍କ ଅଧା ବାଟରୁ ଚମ୍ପଟ ମାରିବା ଘଟଣା ଓ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଲା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ଜାଗ୍ରତ ହେବା ସ୍ୱାଭାବିକ । ଏପରିକି ସରକାର କଣ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ନୁହେଁ ବୋଲି ଏବେ ଚର୍ଚ୍ଚା ହେଉଛି । ସରକାର ଯଦି ଲୋକଙ୍କୁ ଆଣୁଛନ୍ତି ତେବେ କଳିଙ୍ଗ ଷ୍ଟାଡିୟମରେ ରଖନ୍ତୁ ବୋଲି ଶ୍ରୀ ରାଉତରାୟ ମତ ଦେଇଛନ୍ତି । ତେବେ ଏ ସମ୍ପର୍କରେ ବିଜେଡ଼ିର ଏକାଧିକ ମୁଖପାତ୍ର କରୋନା ମୁକବିଲା ବେଳେ ରାଜନୈତିକ ବୟାନବାଜିର ସ୍ଥାନ ନାହିଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here