Spread the love

ନୂଆଦିଲ୍ଲୀ, ଭାରତର ସବୁଠାରୁ ଧନୀ ବ୍ୟକ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍)ର ଚେୟାରମ୍ୟାନ୍ ଓ ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ବିଶ୍ୱର ଏକାଦଶତମ ଧନୀ ବ୍ୟକ୍ତି ପାଲଟିଛନ୍ତି। ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନର ସମ୍ପତ୍ତି ମୂଲ୍ୟ ପ୍ରଥମଥର ୬୦ ବିଲିୟନ୍ ଡଲାର୍ ଅତିକ୍ରମ କରିଛି, ଯାହାକି ଭାରତୀୟ ମୂଲ୍ୟ ଅନୁସାରେ ୪ଲକ୍ଷ ୫୮ହଜାର କୋଟି ଟଙ୍କା ହେବ। ଏହାସହ ମୁକେଶ ଅମ୍ବାନୀ ସ୍ପାନିଶ୍ ଫ୍ୟାଶନ୍ ରିଟେଲ୍ ଚେନ୍ ବ୍ୟବସ୍ଥାର ସମ୍ରାଟ ଓ ପୂର୍ବତନ ଚେୟରମ୍ୟାନ୍ ଆମାନ୍‌ସିଓ ଓର୍ଟେଗାଙ୍କୁ ପଛରେ ପକାଇଛନ୍ତି। ଓର୍ଟେଗାଙ୍କ ବର୍ତ୍ତମାନ ସମ୍ପତ୍ତି ୫୯ ବିଲିୟନ୍ ଡଲାର। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧.୧୬ ବିଲିୟନ୍ ଡଲାରର ବୃଦ୍ଧି ହୋଇଛି। ଶୁକ୍ରବାର ଆରଆଇଏଲର ସେୟାର ମୂଲ୍ୟ ରେକର୍ଡ ୧୭୩୭.୯୮ ଟଙ୍କାରେ ପହଞ୍ଚିଛି, ଯାହାକି କାରବାର ବନ୍ଦ ସମୟର ମୂଲ୍ୟ ୧୬୫୫ ଟଙ୍କା ତୁଳନାରେ ପ୍ରାୟ ୫ ପ୍ରତିଶତ ଅଧିକ। କେବଳ ଏତିକି ନୁହେଁ ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ଏବେ ଭାରତର ୪ ଅରବପତିଙ୍କ ସମ୍ପତ୍ତିର ମୂଲ୍ୟଠାରୁ ମଧ୍ୟ ଅଧିକ ହୋଇଯାଇଛି । ଏହି ୪ ଅରବପତି ହେଉଛନ୍ତି, ଅଜ୍‌ମୀ ପ୍ରେମ୍‌ଜୀ(୧୬ ବିଲିୟନ୍‌ ଡଲାର), ଶିବ ନାଦର(୧୫ ବିଲିୟନ୍‌ ଡଲାର), ଗୌତମ ଆଦାନୀ (୧୨.୮ ବିଲିୟନ୍‌ ଡଲାର) ଏବଂ ରାଧାକୃଷ୍ଣ ଦମାନୀ(୧୨.୨ ବିଲିୟନ୍‌ ଡଲାର । ଏହାଛଡା ବର୍ତ୍ତମାନ ଆର୍‌ଆଇଏଲ୍‌ ଏକ ନେଟ୍‌ ଋଣମୁକ୍ତ କମ୍ପାନୀର ପରିଣତ ହୋଇଛି।

LEAVE A REPLY

Please enter your comment!
Please enter your name here