Spread the love

ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ ଏଥିରେ ଆସନ୍ତା ୩୦ ତାରିଖ ସନ୍ଧ୍ୟା ସାଢେ ୫ଟା୩୦ରେ ବନ୍ଦେ ଉତ୍କଳ ଜନନୀ ଗାଇବା ଲାଗି ଆହ୍ୱାନ ଦେଇଛନ୍ତି । ସାରା ବିଶ୍ୱରେ ଯେଉଁଠି ଓଡିଆମାନେ ଅଛନ୍ତି ସେଠାରେ ସାମାଜିକ ଦୂରତା ଅବଲମ୍ବନ କରି ଏହା ଗାଇବାକୁ ଆହ୍ୱାନ ଦେଇଛନ୍ତି । ଏହା ଦ୍ୱାର କରୋନା ଯୋଦ୍ଧା ଅଧିକ ଉତ୍ସାହିତ ହେବେ । ମୋ ପାଇଁ ପ୍ରତ୍ୟେକଙ୍କ ଜୀବନର ସୁର କ୍ଷା ଗୁରୁତ୍ୱପୂର୍ଣ । ୨ ମାସରୁ ଅଧିକ ସମୟ ହେଲା କରୋନା ଓଡିଶାରେ ପ୍ରବେଶ କଲାଣି ।ଏହାର ମୁକାବିଲା ନେଇ ରାଜ୍ୟର ପଦକ୍ଷେପ ସବୁଠୁ ପ୍ରଶଂସନୀୟ । ଏବେ ଓଡିଶା ସାରା ବିଶ୍ୱରେ ଉଦାହରଣ ପାଲଟିଛି । ରାଜ୍ୟର କରୋନା ଜନିତ ମୃତ୍ୟୁହାର ବିଶ୍ୱରେ ସବୁଠାରୁ କମ । ରାଜ୍ୟର ଅଧା କରୋନା ରୋଗୀ ଏବେ ସୁସ୍ଥ ହେଲେଣି । ଧନୀ ରାଜ୍ୟଗୁଡିକ ମଧ୍ୟ କରୋନା ଯୁଦ୍ଧରେ ସେତେଟା ସଫଳ ହୋଇନାହାନ୍ତି । କୋଭିଡ ଯୋଦ୍ଧାଙ୍କ ପ୍ରତିବଦ୍ଧତା ଏବଂ ନିଷ୍ଠା ଯୋଗୁଁ ଆମେ ସଫଳ ହୋଇଛୁ ।

LEAVE A REPLY

Please enter your comment!
Please enter your name here