Spread the love

ଭୁବନେଶ୍ୱର: ଲକଡାଉନର ଦୁଇ ମାସ ପରେ ବିମାନ ସେବା ଏବଂ ରେଳ ଚଳାଚଳ ଆରମ୍ଭ ହୋଇଛି । ଏଥିଯୋଗୁଁ ସଂକ୍ରମଣ ବଢିବାର ମଧ୍ୟ ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଆସନ୍ତା ୧୫ ଦିନରୁ ମାସେ ଆମ ପାଇଁ ଚାଲେଞ୍ଜ ହେବ । କିନ୍ତୁ ଏହାର ମୁକାବିଲା କରିବାରେ ଆମେ ସଫଳ ହେବୁ । ଦୁଇ ମାସ ଲକଡାଉନରେ ରହି ଆମେ ଅନେକ କିଛି ଶିକ୍ଷା ପାଇପାରିଛୁ । ଏହି ସମୟରେ ଆମକୁ ବୈଜ୍ଞାନିକ, ସାମାଜିକ ,ପ୍ରଶାସନିକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ପୁନଃନିର୍ମାଣ କାମ ଆରମ୍ଭ କରିବାକୁ ପଡିବ । ଏହା ଦ୍ୱାରା ଆମେ ସଂକ୍ରମଣକୁ ସମ୍ପୂର୍ଣର୍ ନିୟନ୍ତ୍ରଣ କରିବା ସହ ଜୀବନଜୀବିକା ଏ ଅର୍ଥନ÷÷ତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା । ଭାଇରସ ସଂକ୍ରମଣ ନେଇ ଆମର ଶିକ୍ଷା ଆମକୁ ନୂଆ ଆଶା ଦେଇଛି । ସାମାଜିକ ଦୂରତା, ମାସ୍କ, ହାତଧୁଆ,ଦ୍ୱାରା ମହାମାରୀ ସଂକ୍ରମଣକୁ ରୋକି ହେବ । କରୋନା ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମନ୍ତବ୍ୟ ଦେଇଛନ୍ତି । ଏଥିସହ ସେ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here