Spread the love

ଭୁବନେଶ୍ୱର : ନିୟମ ମାନ । ସଙ୍ଗରୋଧରେ ରୁହ । ନହେଲେ ଜେଲ୍ ଯାଅ । ଏହା ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଘର ବାହୁଡ଼ା ପ୍ରବାସୀ ଶ୍ରମିକଙ୍କୁ କଡ଼ା ଚେତାବନୀ । ଏଥିସହ ରାଜ୍ୟ ବାହାରୁ ଆସୁଥିବା ବସ ଗୁଡ଼ିକ ଯଦି ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରକାର ଅନୁମତି ନେଇ ନଥିବେ ତେବେ ସେ ସବୁ ବସକୁ ରାଜ୍ୟ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।
କିଛିଦିନ ତଳେ ରାଜ୍ୟକୁ ଫେରିବାକୁ ଆକୁଳ ନିବେଦନ କରୁଥବା ପ୍ରବାସୀ ଶ୍ରମିକମାନେ ଓଡ଼ିଶାରେ ପହଂଚିଲା ପରେ ତତକ୍ଷଣାତ ନିଜ ରୂପ ଦେଖାଇଛନ୍ତି । କୁକୁର ଲାଙ୍ଗୁଡ଼ ବଙ୍କା ନ୍ୟାୟରେ ପ୍ରଥମେ ପୋଲସରା ବ୍ଲକର କିଛି ଶ୍ରମିକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ ସଂଗରୋଧ ଗୃହକୁ ଛାଡ଼ି ଘରକୁ ପଳାଇଥିଲେ । ଏହି ଖବର ପ୍ରଚାର ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସରପଂଚମାନଙ୍କୁ ଏ ନେଇ ଯଥେଷ୍ଟ କ୍ଷମତା ଦିଆଯାଇଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସରକାର ପୂର୍ବରୁ ସରପଂଚମାନଙ୍କୁ ଦେଇଥିବା କ୍ଷମତା ଯେ ଦୂରଦୃଷ୍ଟି ସଂପନ୍ନ ତାହା ଏଥିରୁ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here