Spread the love

ମୁମ୍ବାଇ: କରୋନା ଭୂତାଣୁ ଦ୍ୱାରା ବୟସ୍କ ବ୍ୟକ୍ତିମାନେ ଅଧିକ ଆକ୍ରାନ୍ତ ହେଉଥିବା ସମ୍ପର୍କରେ ବିଭିନ୍ନ ମହଲରୁ ରିପୋର୍ଟ ମିଳିବା ପରେ ମୁମ୍ବାଇ କମିଶନରେଟ ପୋଲିସ ପକ୍ଷରୁ ୫୫ ବର୍ଷରୁ ଅଧିକ ବୟସ୍କ ପୋଲିସ କର୍ମୀଙ୍କୁ ଡୁ୍ୟଟି ମିଳିବ ନାହିଁ ବୋଲି ମୁମ୍ବାଇ କମିଶନର ପରମବୀର ସିଂ ନିଦେ୍ର୍ଦଶ ଦେଇଛନ୍ତି । ଗତ ତିନି ଦିନ ମଧ୍ୟରେ କରୋନା ଭାଇରସ ଯୋଗୁଁ ତିନି ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି।ଏହି ସମସ୍ତଙ୍କର ବୟସ ୫୫ ବର୍ଷରୁ ଅଧିକ ଥିଲା। ବୟସ୍କ ବ୍ୟକ୍ତିମାନେ ଅଧିକ ବିପଦରେ ଅଛନ୍ତି। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶେଷଜ୍ଞମାନେ ଶିଶୁ ଏବଂ ବୃଦ୍ଧଙ୍କ ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ କମିଶନର ଏହି ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here