Spread the love

ନୂଆଦିଲ୍ଲୀ
ପେଟ ଯନ୍ତ୍ରଣା ଅନୁଭବ କରିବାରୁ ଉତ୍ତରପ୍ରଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥ।। ସମଜାବାଦୀ ପାର୍ଟି(ଏସପି)ର ପ୍ରତିଷ୍ଠାତା ମୁଲାୟାମ ସିଂହ ଯାଦବଙ୍କୁ ରବିବାର ବିିଳମ୍ବିତ ରାତିରେ ଲଖ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତ ିକରାଯାଇଛି । ସେ ଗତ ୫ ଦିନରେ ଦ୍ୱିତୀୟ ଥର ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ ସେ ମଙ୍ଗଳବାର ହସ୍ପିଟାଲରେ ଆଡମିଟ ହୋଇ ଶନିବାର ଡିସଚାର୍ଜ ହୋଇଥିଲେ । ସେ କଲୋନସ୍କୋପି ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଗ୍ୟଷ୍ଟ୍ରୋ ସର୍ଜନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ନୀରିକ୍ଷଣ କରୁଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ମୁଲାୟାମଙ୍କ ଭାଇ ଶିବପାଲ ଯାଦବ କହିଛନ୍ତି । ସେ ଲୋକମାନଙ୍କୁ ମୁଲାୟାମଙ୍କ ଦୀର୍ଘ ଜୀବନ ଲାଗି ପ୍ରାର୍ଥନା କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here