Spread the love

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ତଥ୍ୟ ଅନୁଶୀଳନକୁ ଆଧାର କରି ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍’ର (ଏସ୍ୟୁଟିଡି) ଗବେଷକମାନେ କହିଛନ୍ତି ଯେ ଅବିଳମ୍ବେ ଭାରତ ସମେତ ଅନେକ ଦେଶରୁ କରୋନା ଭାଇରସ୍ ସଂକ୍ରମଣ ଶେଷ ହେବ। ମଡେଲ୍ ଜରିଆରେ ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍’ କହିଛି ଯେ ମେ ୨୧ ବେଳକୁ ଭାରତରୁ ୯୭% କରୋନା ଭାଇରସ୍ ସଂକ୍ରମଣ ଶେଷ ହୋଇଯିବ। ଏହାଛଡ଼ା ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍’ କହିଛି ଯେ ମେ ୨୦ ତାରିଖ ସୁଦ୍ଧା ବିଶ୍ବରୁ ୯୭% କରୋନା ଭାଇରସ୍ ମହାମାରୀ ଶେଷ ହୋଇଯିବାର ସମ୍ଭାବନା ରହିଛି ଏବଂ ୨୦୨୦ ଡିସେମ୍ବର ୮ ତାରିଖ ଦିନ ଏହାର ୧୦୦% ଅବସାନ ଘଟିବ। ମେ ୧୧ ତାରିଖ ବେଳକୁ ଆମେରିକାରୁ କୋଭିଡ୍-୧୯ ସଂକ୍ରମଣ ୯୭% , ଇଟାଲିରୁ ମେ ୭ ତାରିଖ ବେଳକୁ ୯୭. ୧୦ ତାରିଖ ସୁଦ୍ଧା ଇରାନରୁ, ମେ ୧୫ ତାରିଖ ସୁଦ୍ଧା ତୁର୍କୀରୁ, ମେ ୯ ତାରିଖ ସୁଦ୍ଧା ଇଂଲଣ୍ଡରୁ, ମେ ୧ ସୁଦ୍ଧା ସ୍ପେନ୍ରୁ ଏବଂ ମେ ୩ ସୁଦ୍ଧା ଫ୍ରାନ୍ସ୍ରୁ ସଂକ୍ରମଣ ଶେଷ ହେବ। ଜର୍ମାନିରୁ ଏପ୍ରିଲ୍ ୩୦ ତାରିଖ ଓ କାନାଡାରେ ମେ ୧୬ ତାରିଖ ଦିନ ସଂକ୍ରମଣ ଶେଷ ହେବ।

LEAVE A REPLY

Please enter your comment!
Please enter your name here