Spread the love

ନୂଆଦିଲ୍ଲୀ: ଦେଶବାସୀ ଆଜି ସୁଦ୍ଧା ୩୧ ଦିନ ଲକଡାଉନରେ ବିତାଇ ସାରିଥିଲା ବେଳେ ସୋମବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ କଟକଣା ହଟାଇବାକୁ ମତ ପ୍ରକାଶ କରିଛନ୍ତି । କେବଳ ମେଘାଳୟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି କରିବାକୁ ପ୍ରସ୍ତାବ ହେଇଛନ୍ତି । କରୋନା ଭାଇରସ୍ ପରିସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ସୋମବାର ଭିଡିଓ କନ୍ଫରେସିଙ୍ଗ୍ ଦ୍ୱାରା ନଅଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମେଘାଳୟ, ମିଜୋରାମ୍, ପୁଦ୍ଦୁଚେରୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ବିହାର, ଗୁଜରାଟ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ । ବାକି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲିଖିତ ଭାବେ ସେମାନଙ୍କର ମତାମତ ପଠାଇବାକୁ କୁହାଯାଇଛି। ମେଘାଳୟର ମୁଖ୍ୟମନ୍ତ୍ରୀ କର୍ଣ୍ଣଡ୍ ସାଙ୍ଗ୍ମା କହିଲେ କି, ମେ ୩ ତାରିଖ ପରେ ମଧ୍ୟ ତାଙ୍କ ରାଜ୍ୟ ନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ଗମନାଗମନ ଉପରେ କଟକଣା ଜାରି ରଖିବ। ଅତ୍ୟାବଶ୍ୟକ ସେବା ଓ ଡାକ୍ତରୀ ସେବା ନିମନ୍ତେ ଗମନାଗମନକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା କହିଲେ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହା ସ୍ବୀକାର କରିବେ। ସ୍ବାସ୍ଥ୍ୟ ସେବାକାରୀଙ୍କ ନିମନ୍ତେ ପିପିଇ ଯୋଗାଣରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ପୁଦ୍ଦୁଚେରୀର ମୁଖ୍ୟମନ୍ତ୍ରୀ ବି ନାରାୟଣସ୍ବାମୀ କହିଛନ୍ତି। କୋଭିଡ୍-୧୯ ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ଚାହିଁଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍ କହିଲେ ସତର୍କତାମୂଳକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇ ପର୍ୟ୍ୟାୟକ୍ରମେ ବାଣିଜ୍ୟ ବ୍ୟବସାୟ ଆରମ୍ଭ ହେବା ଉଚିତ । ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ଏବେ ଆର୍ଥିକ କାରବାର ଆରମ୍ଭ କରିବା ସ୍ଥିତିରେ ଅଛୁ। କିନ୍ତୁ, ଅନ୍ୟ ରାଜ୍ୟମାନଙ୍କ ସହିତ ପରାମର୍ଶ କରି ଲକ୍ଡାଉନ୍ ଜାରି ରଖାଯିବା ଉଚିତ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଜାତୀୟ ଲକ୍ଡାଉନ୍ ଜାରି ରହିବା ଉଚିତ। ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକଳାପକୁ ଅନୁମତି ମିଳିବା ଉଚିତ। ସାଧାରଣ ସମାବେଶ, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପୂର୍ଣ୍ଣରୂପେ ବନ୍ଦ ରହୁ। କେବଳ ରାଜ୍ୟ ମଧ୍ୟରେ ଆର୍ଥିକ କାର୍ୟ୍ୟକଳାପ ଚାଲୁ।
ପୋଲିଓ ଅଭିଯାନ ଭଳି ଘରକୁ ଘର ସ୍କ୍ରିନିଙ୍ଗ୍ କରିଛୁ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଭିଡିଓ କନ୍ଫରେନ୍ସିଙ୍ଗ୍ରେ କହିଛନ୍ତି। ଏ ପର୍ୟ୍ୟନ୍ତ ୪ କୋଟି ଲୋକଙ୍କୁ ସ୍କ୍ରିନିଙ୍ଗ୍ କରାଯାଇ ସାରିଲାଣି ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here