Spread the love

ନୂଆଦିଲ୍ଲୀ: ଆସନ୍ତା ସୋମବାର ଶେଷ ହେବ ୩୫ ଦିନିଆ ଜାତୀୟ ଲକଡାଉନ । ବିଭିନ୍ନ ରାଜ୍ୟରେ ଅଟକ ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ଅନ୍ୟ ନାଗରିକଙ୍କ ସ୍ୱଗୃହ ପ୍ରତ୍ୟାବର୍ତ୍ତନ, ନିମ୍ନଗାମୀ ଆର୍ଥିକ ସ୍ଥିତିର କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗୁରୁବାର ମଧ୍ୟ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ପରବର୍ତ୍ତୀ ରଣନୀତି ଓ ଅର୍ଥନୈତିକ ଅଭିବୃଦ୍ଧି ସଂକ୍ରାନ୍ତରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଦେଶର ଅର୍ଥନୀତିକୁ ଆଗେଇ ନେବା ନିମନ୍ତେ ଭାରତରେ ଅଧିକ ବୈଦେଶିକ ବିନିଯୋଗ ପାଇଁ ବ୍ୟବସ୍ଥା କରିବା ଏବଂ ସ୍ଥାନୀୟ ବିନିଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରତ୍ବାରୋପ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଲକ୍ଡାଉନ୍ ଯୋଗୁ ବିଭିନ୍ନ ପ୍ରଦେଶରେ ଅଟକି ରହିଯାଇଥିବା ଶିକ୍ଷାର୍ଥୀ, ପର୍ୟ୍ୟଟକ ଓ ପ୍ରବାସୀ ଶ୍ରମଜୀବୀଙ୍କୁ ନିଜ ନିଜ ରାଜ୍ୟକୁ ଫେରିଯବାକୁ ଗୃହମନ୍ତ୍ରାଳୟ ଅନୁମତି ଦେଇ ସାରିଛି। ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କ ଲୋକମାନଙ୍କୁ ଫେରାଇ ଆଣିବା କାମ ମଧ୍ୟ ଆରମ୍ଭ କରିସାରିଲେଣି।
ଶୁକ୍ରବାର ରେଳ ମନ୍ତ୍ରାଳୟ ଏକ ସ୍ବତନ୍ତ୍ର ରେଳଯୋଗେ ତେଲେଙ୍ଗାନାରେ ଅଟକି ଯାଇଥିବା ୧୨୦୦ ପ୍ରବାସୀ ଶ୍ରମଜୀବୀଙ୍କୁ ଝାଡ଼ଖଣ୍ଡ ପଠାଇଛି। ଗୁରୁବାର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥିଲେ । ଲକଡାଉନ ଶେଷ ହେବା ପରେ ଦେଶର ଶିଳ୍ପସଂସ୍ଥାମାନଙ୍କ ଅବସ୍ଥାରେ ସୁଧାର ଆଣିବାକୁ ପ୍ୟାକେଜ ସଂପର୍କରେ ଏଥିରେ ଆଲୋଚନା ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥାମାନେ ଚୀନରୁ ମୁହଁ ଫେରାଉଥିବାରୁ ସେମାନଙ୍କୁ କିପରୁ ଭାରତକୁ ଆକର୍ଷିତ କରିହେବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here