Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଭାଇରସ ଜନିକ ଲକ୍ଡାଉନ୍ ଯୋଗୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀରେ ଅଟକି ରହିଥିବା ପାକିସ୍ତାନୀ ନାଗରିକମାନଙ୍କୁ ସ୍ବଦେଶ ଫେରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଆସନ୍ତା ସପ୍ତାହରେ ଅଟ୍ଟାରି-ୱାଘା ସୀମା ଦେ ସେମାନଙ୍କ ଯାତ୍ରା ବନ୍ଦୋବସ୍ତ କରିବାକୁ ରାଜ୍ୟର ପୁଲିସ ମୁଖ୍ୟଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ମେ ୫, ମଙ୍ଗଳବାର ସକାଳୁ ଅଟ୍ଟାରି- ୱାଘା ସୀମାନ୍ତରେ ପହଞ୍ଚିବାକୁ ପାକିସ୍ତାନୀ ନାଗରିକମାନଙ୍କୁ କୁହାଯାଇଛି। ଇମିଗ୍ରେସନ୍ ଏବଂ ବର୍ଡର୍ ଚେକ୍ପଏଣ୍ଟ୍ରେ ସେମାନଙ୍କ ପ୍ରତ୍ୟାବର୍ତ୍ତନର ଔପଚାରିକ ବ୍ୟବସ୍ଥା କରାଯିବ। ବିଭିନ୍ନ ରାଜ୍ୟରେ ରହିଯାଇଥିବା ପାକିସ୍ତାନୀ ନାଗରିକମାନଙ୍କର ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ ଭାରତସ୍ଥିତ ପାକିସ୍ତାନ ହାଇକମିସନ୍ ସରକାରଙ୍କୁ ଅନୁରୋଧ କରିଥିଲା।

LEAVE A REPLY

Please enter your comment!
Please enter your name here