Spread the love

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ର । ‘ମେଡ ଇନ ଇଣ୍ଡିଆ; ମେଡ ଫର ୱାର୍ଲ୍ଡ’ । କରୋନା ଯୋଗୁ ଦେଶ ୧୧ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇଛି । ମାତ୍ର ଲକଡାଉନ ଶେଷ ଓ ଅନଲକ-୧ ଆରମ୍ଭ ହେବା ପରେ ଦେଶ ପୁଣି ବିକାଶ ପଥରେ ଅଗ୍ରଗତି କରିବାରେ ଲାଗିଛି ଏବଂ ନିଶ୍ଚିତ ଭାବେ ଅଭିବୃଦ୍ଧି ହାସଲ ହେବ ଓ ଏହା ଅସମ୍ଭବ ନୁହେଁ ବୋଲି ମୋଦି କହିଛନ୍ତି । ଆଜି ଭାରତୀୟ ଶିଳ୍ପ ମହାସଂଘର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜାରି ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଭାରତୀୟ ଶିଳ୍ପ ଜଗତର ମହାରଥି ମାନଙ୍କୁ ଉଦବୋଧନ ଦେଇ କହିଲେ ଅଭିବୃଦ୍ଧି ନେଇ ମୋର ବିଶ୍ୱାସକୁ ଦେଖି ହୁଏତ ଆପଣମାନେ ଆଶ୍ଚର୍ଯ୍ୟ ହେଉଥାଇପାରନ୍ତି ମାତ୍ର ମୋର ଆପଣ ମାନଙ୍କ ଉପରେ, ପ୍ରତ୍ୟେକ ଭାରତୀୟଙ୍କ ଉକ୍ରର୍ଷତା, ନୂତନ ପ୍ରୟୋଗ ଓ ନିଷ୍ଠା ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ଏଥିପାଇଁ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇ ମୋଦି କହିଲେ ଇଚ୍ଛାଶକ୍ତି, ସହଭାଗିତା, ବିନିଯୋଗ, ଭିତ୍ତିଭୂମୀ ଓ ନୂଆ ପ୍ରୟୋଗ ଦ୍ୱାରା ପୁଣି ଥରେ ଅଭିବୃଦ୍ଧି ହାସଲ କରିବା ନିଶ୍ଚିତ ହୋଇପାରିବ ।

LEAVE A REPLY

Please enter your comment!
Please enter your name here