Spread the love

ନୂଆଦିଲ୍ଲୀ: କରୋନା ଆତଙ୍କ ପାଇଁ ଚୀନ ଛାଡ଼ୁଥିବା କମ୍ପାନୀଙ୍କୁ ‘ମେକ ଇନ ଇଣ୍ଡିଆ’କୁ ଆକୃଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଯୋଜନା କରିଥିଲେ ତାହାକୁ ଟ୍ରମ୍ପ ଝଟକା ଲାଗିଛି । ଚୀନରୁ ନିଜ ଉତ୍ପାଦନ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହୁଁଥିବା ଆପଲ ପରି କମ୍ପାନୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ଶିକାର ହୋଇଛନ୍ତି । ଚୀନ ଛାଡ଼ିବାକୁ ଯୋଜନା କରୁଥବା ଆମେରିକୀୟ କମ୍ପାନୀ ଗୁଡ଼ିକୁ ଧମକ ଦେଇ ଟ୍ରମ୍ପ କହିଛନ୍ତି ଯେ ଚୀନ ଛାଡ଼ୁଥିବା ଆମେରିକୀୟ କମ୍ପାନୀ ଯଦି ଆମେରିକା ନଆସି ଅନ୍ୟ କେଉଁଠିକୁ ଯାଆନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଚୀନ ଛାଡ଼ି ଆମେରିକା ନ ଆସୁଥିବା କମ୍ପାନୀ ଉପରେ ଅଧିକ ଟିକସ ଲଗାଯିବା ଅନ୍ତର୍ଭୁକ୍ତ ବୋଲି ଟ୍ରମ୍ପ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here