Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧିନ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୀବ୍ର ସମାଲୋଚନା କରିଛନ୍ତି । ଏହା ସହିତ ସେ କରରୋନା ସଙ୍କଟ,ନେପାଳ ପ୍ରସଙ୍ଗ,ଲଦାଖ ଘଟଣା ଆଦିକୁ ନେଇ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ ଗରିବମାନଙ୍କୁ କ୍ୟାଶ ଦେଲେ କ୍ରେଡିଟ ରେଟିଂ ପ୍ରଭାବିତ ହେବାର ଆଶଙ୍କ କରି ସରକାର ଏଭଳି କରୁନାହାନ୍ତି । ଭାରତରେ ବେରୋଜଗାର ସମସ୍ୟା ଗୁରତର ହେଲାଣି । ଏନେଇ ସରକାରଙ୍କ ଯୋଜନାରେ କୌଣସି ସୁଫଳ ମିଳିନାହିଁ । ଏମଏସଏମଇ ଓ ଗରିବଙ୍କୁ ନଗଦ ଟଙ୍କା ଦରକାର,ନଚେତ ଏହାର ଫଳ ଭୟଙ୍କର ହେବ । ଏହାସହ ସରକାର କରୋନା ମୁକାବିଲାରେ ସରକାର ବିଫଳ ହୋଇଛନ୍ତି । ଦେଶରେ କଣ ଚାଲିଛି ସେ ବିଷୟରେ ଦେଶବାସୀ ଅବଗତ ହେବା ଜରୁରୀ । ଏନେଇ ମୁଁ ଫେବ୍ରୁଆରୀରେ ସରକାରଙ୍କୁ ଚେତାବନୀ ଦେଇଥିଲି । ଏବେ ପୁଣି ସେଇ କଥା କହୁଛିା ଆମେ ଭୟଙ୍କର ପରିସ୍ଥିତିରେ ଅଛେ । ଏହା ସହିତ ସରକାରଙ୍କ ଆର୍ଥିକ ପ୍ୟାକେଜ କାହାକୁ ସାହାଯ୍ୟ କରିପାରିବ ନାହିଁ । ଏହା ସହିତ ଚୀନ ସୀମାରେ ଚାଲିଥିବା ଗତିବିଧିକୁ ନେଇ ସରକାର ସମସ୍ତଙ୍କୁ ସ୍ପଷ୍ଟ କରିବ ଆବଶ୍୍ୟକା । ନେପାଳରେ କଣ ହେଲା, ଲଦାଖର କଣ ହେଉଛି ସରକାର ସ୍ପଷ୍ଟ ଭାବେ ସୂଚନା ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here