Spread the love

ନୟାଗଡ
ନୟାଗଡରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ର।।ଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଦୁର୍ଘଟଣା ପୀଡିତଙ୍କ ଚିକିତ୍ସା ମୋବାଇଲ ଲାଇଟ ୟୋଗେ କରାଯାଇଛି । ସୂଚନା ଅନୁଯାୟୀ ଗତ କାଲ ରାତିରେ ଜଣେ ଲୋକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ରକ୍ତାକ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଲାଇନ ଥିଲେ ବି ଡ୍ରେସିଂ ରୁମ ଅନ୍ଧାର ଥିଲା । କାରଣ ରୁମର ସମସ୍ତ ବଲ ଫ୍ୟୁଜ ହୋଇଯାଇଥିଲା । ଏଥିଯୋଗୁ ଆମେଣ୍ଟାଣ୍ଟ ବାଧ୍ୟ ହୋଇ ମୋବାଇଲ ଲାଇଟରେ ଆହତଙ୍କ ଷ୍ଟିଚ ପକାଇଥିଲେ ।

LEAVE A REPLY

Please enter your comment!
Please enter your name here