Spread the love

ମୟୁରଭଞ୍ଜ
ମୟୁରଭଞ୍ଜ ଜିଲ୍ଲା ଦୁଆରଶୁଣି ଘାଟୀରେ ଥିବା ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ ବାଇକକୁ ଧକ୍କ୍‌ା ଦେଇ ଘାଟୀର ୭୦ ଫୁଟ ତଳକୁ ଖସିପଡିଛି । ଏଥିରେ ଟ୍ରକ ଡ୍ରାଇଭରଙ୍କ ସମେତ ବାଇକରେ ଯାଉଥିବା ୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ଏବଂ ଆହତଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତିତ କରଯାଇଛି । ଏବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏଥିରେ ଆହତ ଡ୍ରାଇଭର ଜଣଙ୍କ ମହାରାଷ୍ଟ୍ର ନାସିକର ହୋଇଥିବାବେଳେ ସେ ଟ୍ରକରେ ପିଆଜ ନେଇ ପଶ୍ଚିମାଞ୍ଚଳକୁ ଯାଉଥିଲେ । ତେବେ ଦୁଇ ବାଇକ ଆରୋହୀ(ଖୁଡି ପୁତୁରା) ସ୍ଥାନୀୟ ବିଶୋଇ ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here