Spread the love

ଭୁବନେଶ୍ୱର: ରାଜରେ କରୋନା ସ୍ଥିତି ଧିରେଧିରେ ବଦଳିବାରେ ଲାଗିଛି । ପ୍ରଥମେ ରାଜଧାନୀ ଭୁବନେଶ୍ୱର ଥିଲା ରାଜ୍ୟର ହଟସ୍ପଟ । ଏବେ ଯାଜପୁର ପାଲଟିଛି ନୂଆ ହଟସ୍ପଟ । ଶୂକ୍ରବାର ଯାଜପୁରରୁ ୪ଜଣଙ୍କ ସମେତ ବଲାଙ୍ଗୀରର ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚି ଯାଇଛି। ସକାଳେ ଯାଜପୁରରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଉଭୟଙ୍କ ମଧ୍ୟରୁ ୭୫ ବର୍ଷୀୟା ମହିଳା ଆକ୍ରାନ୍ତ ଜଣକ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର ଓ ୫୫ ବର୍ଷିୟ ପୁରୁଷ ଜଣକ ବିରଜାପୁର କଣ୍ଟେନମେଣ୍ଟ ଅଞ୍ଚଳର । ଦୁହେଁ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି। ଶୁକ୍ରବାର ଅପରାହ୍ନରେ ଯାଜପୁରର ବାସୁଦେବପୁରର କରୋନା ଶିବିରରେ ଥିବା ଜଣେ ୩୫ ବର୍ଷୀଆ ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।ସକାଳେ ଚିହ୍ନଟ ହୋଇଥିବା ଦୁଇ ପଜିଟିଭ୍ ବଲାଙ୍ଗୀର ଜିଲ୍ଲା ଲେଖାରିଆ ଗାଁର । ଉଭୟଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ। ଦୁହେଁ ତାମିଲନାଡ଼ୁରୁ ଫେରିଛନ୍ତି। ଉଭୟଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ମାର୍ଚ୍ଚ ଶେଷ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ମେ ମାସ ୧ରେ ଏହି ସଂଖ୍ୟା ୧୪୯ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here